ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ
ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ୱାସ୍ଥ୍ୟବୀମା। ଖୁବଶୀଘ୍ର ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ହେଲ୍ଥ କାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲ୍ରେ ପାଇ ପାରିବେ ସ୍ୱାସ୍ଥ୍ୟସେବା। ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବି ପାଇବେ ସ୍ୱାସ୍ଥ୍ୟ ବୀମା ସୁବିଧା। ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଓ ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ୍ ହେବେ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମିଳିବ ବୋଲି ସୂଚନା ଦେଇଛନ୍ତି ମହାଲିଙ୍ଗ।