ଚିନ୍ତା ଓ ଚେତନା ପକ୍ଷରୁ ୪୬ତମ ବର୍ଷା ୨୦୨୩ ନୃତ୍ୟ ଉତ୍ସବ ଉଦଘାଟିତ
ଭୁବନେଶ୍ୱର: ଚିନ୍ତା ଓ ଚେତନା ପକ୍ଷରୁ ୪୬ତମ ବର୍ଷା ୨୦୨୩ ନୃତ୍ୟ ଉତ୍ସବ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ୩ ଦିନି ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ପୂର୍ବତନ ସାଂସଦ କଥାଗତ ଶତପଥୀ, ପୂର୍ବତନ ଆଇଏଏସ୍ ଅଧିକାରୀ ସହଦେବ ସାହୁ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ସାହୁ, ଅନୁଷ୍ଠାନର ସଚିବ ପ୍ରତ୍ୟୁଷ ସୁବୁଦ୍ଧି ଓ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ଯକ୍ଷ ଶଶୀଭୂଷଣ ବେହେରା। ଏହି ଅବସରରେ ନୃତ୍ୟ ଗୁରୁ ଶ୍ରାବଣୀ ମିତ୍ର, ସୁଜାତା ମହାପାତ୍ର ଓ ସୁଚିସ୍ମିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁ ଶ୍ରାବଣୀ ମିତ୍ରଙ୍କର ଅନୁଷ୍ଠାନ ଆଙ୍ଗିକ ପକ୍ଷରୁ ଥାଳି ନୃତ୍ୟ ଓ ବର୍ଷା ଦର୍ଶକମାନଙ୍କୁ ବିମୋହିତ କରିଥିଲା। ସେହିପରି ଗୁରୁ ସୁଜାତା ମହାପାତ୍ରଙ୍କର ମଙ୍ଗଳାଚରଣ, ସୁଚିସ୍ମିତା ସାହୁଙ୍କ ବର୍ଷା, ଗୁରୁ ଲକ୍ଷ୍ମୀଧର ମହାରଣାଙ୍କର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା।