ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Aug 26, 2023 - 07:59
Aug 28, 2023 - 14:04
 44
ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚେନ୍ନାଇ : ବିଦେଶ ଗସ୍ତରୁ ଫେରି ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି| ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି| ଚନ୍ଦ୍ରୟାନ-୩ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଚନ୍ଦ୍ରୟାନ-୩ ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କଲେ|ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇଲେ| ବୈଜ୍ଞାନିକମାନଙ୍କୁ ଭେଟିବା ଅବସରରେ ମୋଦିଙ୍କ ସମ୍ବୋଧନ,‘ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି’|‘ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା’,ସମ୍ବୋଧନ ସମୟରେ ଭାବବିହ୍ୱଳ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ|