ଏୟାର ପ୍ରେସର ଟାଙ୍କି ଫାଟି ଜଣେ ମୃତ, ୨ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଛକ ନିକଟରେ ଏୟାର ପ୍ରେସର ଟାଙ୍କି ଫାଟି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜନ ଆହତ ହୋଇଥିବା ସୂଚନା ମିଳିଛି। ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆହତଙ୍କୁ ଖୋର୍ଦ୍ଧା ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।