ଆଜିଠୁ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ
କଟକ: ଆଜିଠୁ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହୋଇଛି। ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜୀକରଣ। ଅନଲାଇନ ମାଧ୍ୟମରେ ହେବ ପ୍ଲଟ୍ ପଞ୍ଜୀକରଣ। କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜୀକରଣ ପ୍ରକ୍ରିୟା। ୫ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିବେ ବ୍ୟବସାୟୀ। ଅକ୍ଟୋବର ୨୭ରୁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା।