ବୌଦ୍ଧରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଦୁଇ ଜଣ ସ୍ପେଶିଆଲ ଅପରେସନ୍ ଗ୍ରୁପ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ସ୍ପେଶିଆଲ ଅପରେସନ୍ ଗ୍ରୁପ୍ ଓ ଡିଷ୍ଟ୍ରିିକ୍ଟ ଭଲ୍ୟୁନ୍ଟାରି ଯବାନ ମାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ହୋଇଥିଲା ବିସ୍ଫୋରଣ।