ସୁନ୍ଦରଗଡ଼ରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

Sep 19, 2023 - 13:42
 4
ସୁନ୍ଦରଗଡ଼ରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ବଢ଼ି ଚାଲିଥିବା ସ୍କ୍ରବ୍ ଟାଇଫସ୍ କୁ ନେଇ ରାଜ୍ୟ ସରକାର ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଟିମ୍ ପଠାଇଛନ୍ତି। ବରଗଡ଼ରେ ୫ଟି ସ୍କ୍ରବ୍ ଟାଇଫସ୍ ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରିବାକୁ ଭୁବନେଶ୍ବରରୁ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ଏପିଡେମଲୋଜିଷ୍ଟ ଙ୍କୁ ପଠାଯାଇଛି। ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପଠାଯାଇଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।