ରଥ ଯାତ୍ରା ଯାଏଁ ରତ୍ନ ଭଣ୍ଡାର ମରାମତି କାମ ବନ୍ଦ

ପୁରୀ : ମହାପ୍ରଭୁଙ୍କ ବିଶ୍ଵାପ୍ରସିଦ୍ଧ ରଥ ଯାତ୍ରା ଯାଏଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ। ରତ୍ନ ଭଣ୍ଡାର ସଂରକ୍ଷଣ ନେଇ ବସିଥିବା ଗୁରୁତ୍ୱପୂର୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ "ଡିସେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ବେଶ ମଜବୁତ ଓ ସୁନ୍ଦର ଭାବରେ ହୋଇଛି। ମହାପ୍ରଭୁଙ୍କ ରଥ ଯାତ୍ରା ଯାଏଁ ଏହି ମରାମତି କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯଇଛି। ଏପ୍ରିଲ ୨୮ ରୁ ଜୁନ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ କାମ। ଜୁନ ୨୮ ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ପୁଣି ଦିନ ରାତି ଚାଲିବ ମରାମତି କାର୍ଯ୍ୟ। ପ୍ରାୟତଃ ଶେଷ ପର୍ଯ୍ୟୟରେ ପହଁଚିଛି ମରାମତି କାମ। ରଥ ଯାତ୍ରା ବେଳେ ଅଧିକ ମରାମତି କାମ କରାଯିବ। ଭିତର ରତ୍ନ ଭଣ୍ଡାରର କେବଳ ଚଟାଣ କାମ ବାକି ଅଛି। ରତ୍ନ ଭଣ୍ଡାରରେ ଆହୁରି ୫ଟି ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ଲାଗିବ। ଏବେ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରରେ ୨୭୭ଟି ଖଣ୍ଡଲାଇଟ୍ ପଥର ଲାଗି ସାରିଛି। ଭିତରେ ୧୪୮ଟି ପଥର ଲାଗିଛି।"