ଦୀପାବଳିରୁ ଓଡ଼ିଶାରେ ବଢ଼ିବ ଶୀତ
ଭୁବନେଶ୍ୱର: ଦୀପାବଳୀରୁ ଓଡ଼ିଶାରେ ବଢ଼ିବ ଶୀତ ଓ କୁହୁଡ଼ି। ଅକ୍ଟୋବର ୩୧ ତାରିଖରୁ ଉତ୍ତର ଭାରତରୁ ଥଣ୍ଡା ପବନ ବୋହିବା ସମ୍ଭାବନା ରହିଛି। ଥଣ୍ଡା ପବନ ଯୋଗୁଁ ଧୀରେ ଧୀରେ ହ୍ରାସ ପାଇବ ରାତି ତାପମାତ୍ରା। ସୂଚନା ଅନୁଯାୟୀ, ୩ରୁ୪ ଡିଗ୍ରୀ ଖସିବ ତାପମାତ୍ରା। ତେବେ ନଭେମ୍ବର ୨ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।