ବଲାଙ୍ଗୀର ଦିନ ଉଦ୍ଦଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ ପରିବାର ତରଫରୁ କବିତା ଆସର ଆୟୋଜିତ

Nov 1, 2024 - 00:07
 53
ବଲାଙ୍ଗୀର ଦିନ ଉଦ୍ଦଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ ପରିବାର ତରଫରୁ କବିତା ଆସର ଆୟୋଜିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁର ଗ୍ରାମର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ "ଓଡ଼ିଆ ସାହିତ୍ୟ ସଂସଦ" ପକ୍ଷରୁ ବଲାଙ୍ଗୀର ଦିନ ଉଦ୍ଦେଶ୍ୟ ରେ ପଶ୍ଚିମାଞ୍ଚଳ ଜୋନ୍ ବଲାଙ୍ଗୀର ପିପି ଏକାଡେମୀ ଠାରେ "ବହୁଭାଷୀ କବିତା ଆସର" ଅନୁଷ୍ଠିତ ହୋଇଯାଇଅଛି | ଏନେଇ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗୀର ଆୟୋଜକ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଭାଗିରଥି ମିଶ୍ର , ଅତିଥି ରୂପେ ଓଡ଼ିଆ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଚିତ୍ରସେନ ମହାରଣା ,ସରସ୍ଵତୀ ନନ୍ଦ, ବିନୋଦ କାଳସେଇ, ନୂତନ ଦାସ, ଗୋପାଳ ପ୍ରଧାନ ପ୍ରଭୁତି ଅତିଥି ରୂପେ ଯୋଗଦାନ ଦେଇଥିଲେ | ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ଜୋନ୍ ର ସଭାପତି ରଶ୍ମି ପାତ୍ର, ଉପ ସଭାପତି ସୁଷମା ଦାସ, ସମ୍ପାଦିକା ନଳିନୀ ପ୍ରଭା ଶତପଥୀ ଓ ସହ ସମ୍ପାଦିକା ଶକୁନ୍ତଳା ପାତ୍ର ମଧ୍ୟ ଯୋଗ ଦେଇଥିଲେ। ଅନୁଷ୍ଠାନ ର ସଭାପତି ରଶ୍ମି ପାତ୍ର ଅତିଥି ମାନଙ୍କ ପାଇଁ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମିଶି ଆସର ଟିକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ । ଅନୁଷ୍ଠାନ ର ସହ ସମ୍ପାଦିକା ଶକୁନ୍ତଳା ପାତ୍ର ସମସ୍ତ ଙ୍କ ସହ ଯୋଗରେ କବିତା ସଂଜୋଜନା କରିଥିଲେ । ଅନୁଷ୍ଠାନ ର ସଂମ୍ପାଦିକା ନଳିନୀ ପ୍ରଭା ଶତପଥୀ ଗୋଟିଏ ସୁନ୍ଦର କବିତା ପାଠ କରିଥିଲେ "ନ ଯାଆ ମଥୁରା ରେ" | ପାଟଣାଗଡ ର ମମତା ପାତ୍ର ମଧ୍ୟ କବିତା ପଠନ କରିଥିଲେ । ଏହିପରି ପଶ୍ଚିମାଞ୍ଚଳ ଜୋନ୍ ର କୋଣ ଅନୁକୋଣରୁ ବହୁ କବି କବୟିତ୍ରୀ ଯୋଗଦାନ କରି ନିଜେ ନିଜର କବିତା ପାଠ କରିଥିଲେ | ପରିଶେଷ ରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ ସଭା ସମାପ୍ତି ଘୋଷଣା କରିଥିଲେ ।