ଏପ୍ରିଲ ୨ରୁ ଓଡ଼ିଶାରେ ସକାଳୁଆ ସ୍କୁଲ୍
ଭୁବନେଶ୍ୱର: ଏପ୍ରିଲ ୨ ତାରିଖରୁ ଓଡ଼ିଶାରେ ଆରମ୍ଭ ସକାଳୁଆ ସ୍କୁଲ୍। ପ୍ରବଳ ଖରାକୁ ଦେଖି ରାଜ୍ୟ ସରକାର ନେଲେ ଏହି ନିଷ୍ପତ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସକାଳ ୭ଟାରୁ ଦିନ ୯ ଯାଏ ଚାଲିବ ଅଙ୍ଗନବାଡି କେନ୍ଦ୍ର। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ କରିବେନି ଶ୍ରମିକ।