ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ଯୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବା ବେଳେ ବୁଡ଼ିଗଲା ଡଙ୍ଗା। ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୨ ଉଦ୍ଧାର ହେଇଛନ୍ତି। ହଠାତ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା। ମୃତ ଓ ଉଦ୍ଧାର ପାଇଥିବା ଲୋକେ ଡାଇକ୍-୩ ଗାଁର ହୋଇଥିବା ସୂଚନା ମିଳିଛି।