ବୃକ୍ଷରୋପଣ କରି ପରିବେଶ ପାଇଁ ବାର୍ତ୍ତା ପ୍ରଦାନ କରୁଅଛନ୍ତି ଗଛ ମଣିଷ ତଥା ସମାଜସେବୀ ନରେନ୍ଦ୍ର ଗରଡ଼ା

କୋରାପୁଟ/ଲକ୍ଷ୍ମୀପୁର :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ପେଶାରେ ସମାଜସେବୀ ବୃତ୍ତି କିନ୍ତୁ ନିଶା ପରିବେଶ ସୁରକ୍ଷା l ବିଭିନ୍ନ ସମୟରେ ଗାଁ ଗାଁକୁ ଯାଇ ଚାରା ରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର ଜଣେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ନରେନ୍ଦ୍ର ଗରଡ଼ା l ତାଙ୍କର ଏହି ନିଆରା କାର୍ଯ୍ୟ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ରହିଛି ନରେନ୍ଦ୍ରଙ୍କ ଆଦର l କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ରହି ଆସୁଛନ୍ତି ଏହି ସମାଜସେବୀ ନରେନ୍ଦ୍ର ଗରଡ଼ା l ପରିବେଶ ସୁରକ୍ଷା ପାଇଁ ସମର୍ପଣ ମନୋଭାବ ଲାଗି ଯୁବ ସମାଜସେବୀ ନରେନ୍ଦ୍ର ଗରଡ଼ାଙ୍କୁ ବିଶ୍ବ ପରିବେଶ ଦିବସ -2021 ଜୁନ 5 ମସିହାରେ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ କୋରାପୁଟ ବନ ବିଭାଗ ତରଫରୁ ପ୍ରକୃତି ବନ୍ଧୁ-2021ରେ ସମ୍ବର୍ଦ୍ଧିତ ହୋଇଥିବା ଖବର ମଧ୍ୟ ହସ୍ତଗତ ହୋଇଅଛି l ତେବେ ଆଗାମୀ ଦିନରେ ମଧ୍ୟ ପରିବେଶ ସୁରକ୍ଷା ତଥା ବନୀକରଣ ପାଇଁ କୋରାପୁଟର ସମାଜସେବୀ ତଥା ପ୍ରକୃତି ବନ୍ଧୁ ନରେନ୍ଦ୍ର ଗରଡ଼ା ନିଜସ୍ୱ ଉଦ୍ୟମ ଜାରି ରଖିବେ ବୋଲି ନିଜ ମତ ରଖିଅଛନ୍ତି l ଏହିଭଳି ପରିବେଶର ସୁରକ୍ଷା ପାଇଁ ସେ ନିଜ ମର୍ମରେ ସମଗ୍ର ସମାଜକୁ "ଗୋଟିଏ ଗଛ ଗୋଟିଏ ମଣିଷ" ଭାବରେ ବୃକ୍ଷ ଲଗାଇବାକୁ ସମାଜର ବିଭିନ୍ନ ପିଢ଼ିଙ୍କୁ ବାର୍ତ୍ତା ପ୍ରଦାନ କରିବା ସହ ସଚେତନତାର ଆହ୍ୱାନ ଦେଇଅଛନ୍ତି l ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ଏନ.ସି.ସି ଆଲୁମିନି ଆସୋସିଏସନ୍ ତରଫରୁ ଆୟୋଜିତ ପରିବେଶ ସୁରକ୍ଷା,ଆମ ମାନଙ୍କର ଭବିଷ୍ୟତ ପାଇଁ ଓ ଆଗାମୀ ପିଢ଼ି ପାଇଁ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଚାରା ଲଗେଇବାର ସଂକଳ୍ପକୁ ଚରିତାର୍ଥ ପାଇଁ ଆଲୁମିନି ଆସୋସିଏସନ୍ ତରଫରୁ ସମାଜସେବୀ ନରେନ୍ଦ୍ରଙ୍କୁ "ପ୍ରକୃତି ବନ୍ଧୁ ପ୍ରଶଂସା ପତ୍ର-2023ରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଅଛି l