ବାଲୁକା କଳା ମାଧ୍ୟମରେ ବିଶ୍ଵକର୍ମା ପୂଜା ଓ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

Sep 17, 2023 - 13:05
 15
ବାଲୁକା କଳା ମାଧ୍ୟମରେ ବିଶ୍ଵକର୍ମା ପୂଜା ଓ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପୁରୀ ସମୁଦ୍ର ବେଲାଭୂମିର ବାଲୁକା କଳା ମାଧ୍ୟମରେ ବିଶ୍ଵକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ ତମ ଜନ୍ମଦିନ ଅବସରରେ ସାରା ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାରା ବିଶ୍ୱରେ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି ନରେନ୍ଦ୍ର ମୋଦି। ୧୯୫୦ ସେପ୍ଟେମ୍ବର ୧୭ରେ ଗୁଜରାଟ ଭାଡ଼ନଗରରେ ତାଙ୍କର ଜନ୍ମ। ୨୦୦୧ ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ମୋଦି।