୨୫ରେ ବସିବ ସର୍ବଦଳୀୟ ବୈଠକ

Nov 19, 2024 - 22:14
 4

ଭୁବନେଶ୍ୱର: ନଭେମ୍ବର ୨୬ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ୨୫ରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଗୃହ ସୁପରିଚାଳନା ନେଇ ବୈଠକରେ ହେବ ଆଲୋଚନା। ନଭେମ୍ବର ୨୬ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।