ରେସ୍କୋରେଟିଭ୍ ଜଷ୍ଟିସ୍ ବ୍ୟବସ୍ଥାକୁ ଆପଣାଇବାକୁ ସାଧାରଣରେ ସଚେତନ‌ତା ବୃଦ୍ଧି କରିବା ପାଇଁ ସ୍ନେହ ତରଫରୁ ଗଣମାଧ୍ୟମକୁ ଆହ୍ବାନ

Nov 19, 2024 - 22:08
 12
ରେସ୍କୋରେଟିଭ୍ ଜଷ୍ଟିସ୍ ବ୍ୟବସ୍ଥାକୁ ଆପଣାଇବାକୁ ସାଧାରଣରେ ସଚେତନ‌ତା ବୃଦ୍ଧି କରିବା ପାଇଁ ସ୍ନେହ ତରଫରୁ ଗଣମାଧ୍ୟମକୁ ଆହ୍ବାନ

ଭୁବନେଶ୍ଵର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର୍ ନେଚର୍ ଏଜୁକେସନ୍ ଆଣ୍ଡ ହେଲ୍‌ଥି (ସ୍ନେହ) ତରଫରୁ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସପ୍ତାହ ଅବସରରେ ୧୯ ତାରିଖ ଦିନ ଅନୁଷ୍ଠାନର ଶାନ୍ତି ଓ ଅହିଂସା କେନ୍ଦ୍ର ‘ସମ୍ପ୍ରତି’ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଷା ଘୋଷ ଏବଂ ଉପଦେଷ୍ଟା ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ମିଳିତ ଭାବେ ବିବରଣୀ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ନେହ ୨୦୦୮ ମସିହା କନ୍ଧମାଳ ସାମ୍ପ୍ରଦାୟୀକ ଦଙ୍ଗା ପରଠାରୁ ଉଭୟ କନ୍ଧମାଳ ଏବଂ ଭୁବନେଶ୍ଵରରେ ଶାନ୍ତି ଓ ସଦ୍‌ଭାବନା କାଯ୍ର୍ୟକ୍ରମ କରିଆସୁଛି । ସାଲିଆସାହି ବସ୍ତିର ୮ଟି ସାହିରେ ଶାନ୍ତି କମିଟ୍ ଗଠନ କରି ବସ୍ତିରେ ଘଟୁଥିବା ବିଭିନ୍ନ ଦ୍ବନ୍ଦର ସମାଧାନ କରିଆସୁଛି । ଏହି ଶାନ୍ତି କମିଟିର ସଦସ୍ୟା ମାନଙ୍କୁ ପରବର୍ତ୍ତୀ ସମୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ଉପରେ ବିଭିନ୍ନ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ପ୍ରାପ୍ତ ନେତ୍ରୀମାନେ ଗୋଷ୍ଠି ମଧ୍ୟରେ ଘଟୁଥିବା ବିଭିନ୍ନ ଦ୍ୱନ୍ଦ ଏବଂ ଅପରାଧର ଆପୋସ ସମାଧାନ କରିପାରୁଛନ୍ତି । ଏହି ରେଷ୍ଟୋରେଟିଭ୍ ଜଷ୍ଟିସ୍ ପ୍ରକିୟାରେ ଯେଉଁ ସମାଧାନ ହେଉଛି ତାହା ଉଭୟ ପିଡିତ ପିଡିତା ଏବଂ ଦୋଷୀ ମାନଙ୍କ ମଧ୍ୟରେ ସୁସମ୍ପର୍କକୁ ପୁନଃପ୍ରତିଷ୍ଠା କରିପାରୁଛି । ଦୋଷୀ ତାହାର ଭୁଲ୍ ବୁଝିପାରି କ୍ଷମା ମାଗିବା ସହିତ ପିଡିତା ପିଡିତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେଉଛି । ଏହି ପ୍ରକ୍ରୀୟାରେ ଶାନ୍ତି କମିଟିର ସଦସ୍ୟା ଏବଂ ଗୋଷ୍ଠିର ଅନ୍ୟ ସଭ୍ୟମାନେ ସକ୍ରୀୟ ଭୂମିକା ତୁଲାଉଛନ୍ତି । ଏହା ଦ୍ଵାରା ଗୋଷ୍ଠି ଭିତରେ ଶାନ୍ତି ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସେହି ଦୋଷୀ ବ୍ୟକ୍ତିଦ୍ୱାରା ପୁନଃ ଅପରାଧ ନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏହି ରେଷ୍ଟୋରେଟିଭ୍ ଜଷ୍ଟିସ୍ ପ୍ରଚଳିତ ନ୍ୟାୟ ପ୍ରଦାନ ପ୍ରକ୍ରୀୟା ଠାରୁ ଉତ୍କୃଷ୍ଟ ପଦ୍ଧତି ଭାବେ ପ୍ରମାଣିତ ହୋଇ ପାରିଛି । ଦେଶରେ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ସହିତ ରେସ୍କୋରେଟିଭ୍ ଜଷ୍ଟିସ୍ ବ୍ୟବସ୍ଥାକୁ ଆପଣାଇବାକୁ ସାଧାରଣରେ ସଚେତନ‌ତା ବୃଦ୍ଧି କରିବା ପାଇଁ ଅନୁଷ୍ଠାନ ତରଫରୁ ଗଣମାଧ୍ୟମକୁ ଆହ୍ବାନ କରାଯାଇଥିଲା।