ସାଇଜ୍ଞାନ ପ୍ଲେ ସ୍କୁଲ ପକ୍ଷରୁ "ହର ଘର ତ୍ରିରଙ୍ଗା" ଅଭିଯାନ ଅନୁଷ୍ଠିତ
ଜଗତସିଂହପୁର:ସ୍ୱାଧୀନତାର ୭୬ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ସଦର ମହକୁମା ର ଜୟବଡ଼ରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇଜ୍ଞାନ ପ୍ଲେ ସ୍କୁଲ ଓ ଜଗତସିଂହପୁର ମୁଖ୍ୟ ଡାକଘର ମିଳିତ ଆନୁକୂଲ୍ୟରେ ପ୍ଲେ ସ୍କୁଲ ପରିସରରେ "ହର ଘର ତ୍ରିରଙ୍ଗା" ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ପ୍ଲେ ସ୍କୁଲ ର ଅଧକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ଅଧକ୍ଷତାରେ ଆୟୋଜିତ ହର ଘର ତ୍ରିରଙ୍ଗା ଅଭିଯାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥିଭାବେ ଜଗତସିଂହପୁର ପ୍ରଧାନ ଡାକଘରର ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁ, ଡାକ କର୍ମଚାରୀ ବିଶ୍ଵନାଥ ଯତି, ଅଧ୍ୟାପକ ଆଇଜାକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | ପ୍ଲେ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ଜାତୀୟ ପତାକା ଧରି ଏହି ଅଭିଯାନରେ ସାମିଲ ହୋଇଥିଲେ | ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଉଡାଇ "ହର ଘର ତ୍ରିରଙ୍ଗା" ଅଭିଯାନକୁ ସଫଳ କରାଇବେ ବୋଲି ପ୍ରକାଶ କରିଥିଲେ | ସ୍ଥାନୀୟ ଡାକପାଳଙ୍କ ଠାରୁ ୫୦ଟି ଜାତୀୟ ପତାକା କିଣି ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ସମସ୍ତ ଅଭିଭାବକମାନଙ୍କୁ ବିତରଣ କରିଥିଲେ | ଅତିଥିମାନେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ସଂଗ୍ରାମୀମାନଙ୍କ ଅବଦାନ ସଂକ୍ଷେପରେ ଅବଗତ କରାଇଥିଲେ | ସାଇଜ୍ଞାନ ପ୍ଲେ ସ୍କୁଲ ର ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା,ସୋନମ ପ୍ରିୟଦର୍ଶିନୀ,ଲିଜା ବଳ, ଲିପସା ମହାନ୍ତି, ପ୍ରାଚୀ ପଟ୍ଟନାୟକ, ପରିଚାଳିକା ସୁଜାତା ନନ୍ଦି ପ୍ରମୂଖ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ପ୍ଲେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଉପସ୍ଥିତ ଥିଲେ |