ସେବାପ୍ରାଣ ଇଂ.ପ୍ରଶାନ୍ତ କୁମାର ମହାନ୍ତି ଏକ ଅନନ୍ୟ ପ୍ରତିଭା
କଟକ : ଆମ ସମୟର ଅନେକ ସାଧକ ଅଛନ୍ତି ଯେଉଁ ମାନେ ନିଜର ମହତ୍ କର୍ମ ଆଉ ସମାଜ ପାଇଁ ତ୍ୟାଗ ନେଇ ଆଦର୍ଶ ହୋଇ ଉଠନ୍ତି । ସେହିଭଳି ଜଣେ ଦକ୍ଷ ସଂଗଠକ,ଆଦର୍ଶ ଯୁବ ସମାଜସେବୀ ପ୍ରଶାନ୍ତ କୁମାର ମହାନ୍ତି ଏକ ପରିଚିତ ନାମ । ସମାଜସେବା ପ୍ରତି ତାଙ୍କର ମନ,ଦୁଃଖୀ ତଥା ନିଃସହାୟକଙ୍କ ପ୍ରତି ଦୟାଭାବ ତାଂକୁ ମହାନ୍ କରିଛି । ସମାଜସେବା ନେଇ ସେ ଗଠନ କରିଛନ୍ତି "ହେଲ୍ପ ଇଣ୍ଡିଆ" ସାମାଜିକ ସଂଗଠନ । ତାଙ୍କ ସାଂଗଠନିକ ଦକ୍ଷତା,ସେବାକାର୍ଯ୍ଯ ପ୍ରତି ଶ୍ରଦ୍ଧାଭାବ,କିଛି ବନ୍ଧୁ ମାନଙ୍କ ସହଯୋଗ ଏବଂ ପରବର୍ତୀ ସମୟରେ ଦେଶ ସେବକ ଗଗନ ପାଇଟାଲଙ୍କ ମାଗଦର୍ଶନରେ ଏହି ସଂଗଠନ ଚାଲିଛି ସେବାପଥେ । ହେଲ୍ପ ଇଣ୍ଡିଆ ଅନୁଷ୍ଠାନ ଭୁବନେଶ୍ୱରରୁ ସେବା ସହ ଓଡିଶାରେ ୨୪ ଜିଲ୍ଲାରେ ଶାଖା ଗଠନ କରିଛି । ହେଲ୍ପ ଇଣ୍ଡିଆ ଟିମ ୪୦୦୦ରୁ ଉର୍ଦ୍ଧ କାର୍ଯ୍ୟକ୍ରମ ସହ ୧୩୦୦୦ ରୁ ଉର୍ଦ୍ଧ ସଦସ୍ୟ ଅଛନ୍ତି । ସମାଜସେବା,ରକ୍ତଦାନ ଶିବିର ଆୟୋଜନ,ଜନ ସଚେତନତା,ପୋଷାକ ଖାଦ୍ୟ ବଣ୍ଟନ,ପରିବେଶ ସୁରକ୍ଷା ଆଦି ଅନେକ ଜନ ହିତକର କାର୍ଯ୍ୟର ସେ ମଙ୍ଗ ଧରିଲେ । ପିତା କୈଳାସ ଚନ୍ଦ୍ର ମହାନ୍ତି ଓ ମାତା କନକ ଲତା ମହାନ୍ତିଙ୍କ କୋଳ ମଣ୍ଡନ କରି ୧୯୮୭ ସାଲରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ତମାଣ୍ଡୋ ଗ୍ରାମ ସ୍ଥିତ ସିଜୁପୁଟ ଗ୍ରାମରେ ତାଙ୍କର ଜନ୍ମ । ଏହି ମହତ ଚିନ୍ତାଧାରା ଥିବା ବ୍ୟକ୍ତିତ୍ୱ ଜଣଙ୍କ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହେଉଛି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ଏଥିସହ ନିଜ ପ୍ରଚେଷ୍ଟାରେ ଏବଂ ଅନ୍ୟ ସହଯୋଗୀ ବନ୍ଧୁ ମାନକଙ୍କ ସାମୂହିକ ସହଯୋଗରେ ସମାଜ ହିତ ସାଧନା ପାଇଁ କାର୍ଯ୍ୟ କରିବା । (ପେସା ବ୍ୟବସାୟ କିନ୍ତୁ ନିଶା ସମାଜସେବା) । ରକ୍ତଦାନ ଶିବିର ଆୟୋଜନ,ଅଭାବୀ ମେଧା ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ, ଖାଦ୍ୟ - ବସ୍ତ୍ର ବଣ୍ଟନ,ସ୍ବାସ୍ଥ୍ୟ, ସଚେତନତା ଶିବିର ସହ ଔଷଧ ବଣ୍ଟନ, ବତ୍ୟା ଓ ବନ୍ୟା ସମୟରେ ସାହାଯ୍ୟ,ବୃକ୍ଷ ରୋପଣ,ଟ୍ରାଫିକ ଓ ରୋଡ ସେଫଟି ପ୍ରୋଗ୍ରାମ,ବିଲ୍ଡିଂ ହୋମ୍ ଫର୍ ହୋମଲେସ (ଅସହାୟଙ୍କ ପାଇଁ ଘର ନିର୍ମାଣ), ଡେଭଲପମେଣ୍ଟ ଅଫ୍ ଟ୍ରାଇବାଲ୍ ପିପୁଲ ପ୍ରୋଗ୍ରାମ (ଆଦିମ ଆଦିବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ), ଆବଶ୍ୟକତା ଅନୁଯାୟୀ ଭିନ୍ନକ୍ଷମ ମାନଂକୁ ହୁଇଲ ଚେୟାର ପ୍ରଦାନ,ଆନିମଲ୍ ରେସ୍କ୍ୟୁ(ପଶୁ ପକ୍ଷୀ ମାନଙ୍କୁ ଉଦ୍ଧାର କରିବା ଓ ତାଙ୍କୁ ଚିକିତ୍ସା କରିବା),ଶିକ୍ଷା ଏବଂ ଅସହାୟ ଲୋକଙ୍କୁ ଅତ୍ମାନର୍ଭରଶୀଳା କରାଉଛନ୍ତି |