ମହିଳାଙ୍କ ଅଭିବୃଦ୍ଧିରେ ହେବ ଦେଶ ପ୍ରଗତି -ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ତରଫରୁ ଆଲୋଚନା ଚକ୍ର

ମଦନପୁର: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ଅବ୍ୟବହିତରେ ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟ ସ୍ତରୀୟ ସାମାଜିକ ଅନୁଷ୍ଠାନ ସହଯୋଗ, ସନାତନ ହରିଚନ୍ଦନ ଡ଼ିଗ୍ରୀ ମହାବିଦ୍ୟାଳୟ, ମଦନପୁର ଏଵଂ ବିଶ୍ୱ ଯୁବକ କେନ୍ଦ୍ର, ନୂଆ ଦିଲ୍ଲୀଙ୍କ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାର ସନାତନ ହରିଚନ୍ଦନ ଡ଼ିଗ୍ରୀ ମହାବିଦ୍ୟାଳୟ, ମଦନପୁର ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହିଳାଙ୍କ ଅଭିବୃଦ୍ଧିରେ ହେବ ଦେଶ ପ୍ରଗତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ’ର ଇତିହାସ ଅଧ୍ୟାପକ ତଥା ଏନ.ଏସ.ଏସ ଅଫିସର ପଞ୍ଚାନନ ମଙ୍ଗରାଜ ସ୍ଵାଗତ ଅଭିଭାଷଣ ଦେଲାପରେ ସହଯୋଗ ସମ୍ପାଦିକା ବିଜୟଲଷ୍ମୀ ରାଉତରାୟ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ମହିଳା ଦିବସ -୨୦୨୪ ପରିପ୍ରେକ୍ଷୀରେ ବିଶ୍ୱ ଯୁବକ କେନ୍ଦ୍ର ନୂଆ ଦିଲ୍ଲୀ ତାର ସାରା ଭାରତରେ ଥିବା ସହଯୋଗୀ ଅନୁଷ୍ଠାନ ମାନଙ୍କୁ ନେଇ ଏ ବର୍ଷର ଥିମ 'ମହିଳା ମାନଙ୍କ ପାଇଁ ଅଧିକ ନିବେଶ :ତ୍ୱରାନ୍ୱିତ କରିବ ବିକାଶ କୁ ନେଇ କରୁଛି l ମା, ଶିଶୁ ସ୍ୱାସ୍ଥ୍ୟ, ଯକ୍ଷ୍ମା ରୋଗୀ, ଶିକ୍ଷା ଓ ଶିଶୁ ଅଧିକାର, ଲିଙ୍ଗ ସମତା ପାଇଁ କାର୍ଯ୍ୟ କରୁଥିବା ସହଯୋଗ ଅନୁଷ୍ଠାନ ଓଡ଼ିଶାରେ ସହଯୋଗୀ ହିସାବରେ ତାର ସପ୍ତାହ ବ୍ୟାପୀ ଅଭିଯାନ ଗତ ୨୫ ତାରିଖରୁ ଆରମ୍ଭ କରିଛି l ସେହି ଅଭିଯାନ’ର କ୍ରମରେ ସହଯୋଗ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଜାଗରୁକତା ପାଇଁ ଏହି ଆଲୋଚନା ଚକ୍ର ଆୟୋଜନ କରିଛି । ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ଚିନ୍ମୟୀ ଜେନା, ରୁଦ୍ରେଶ୍ଵର ନାଥ, ମାମୁଲି ମହାରଣା, ବନ୍ଦିତା ପଟ୍ଟନାୟକ, ସମୀକ୍ଷା, ରାଜଲକ୍ଷ୍ମୀ, ସର୍ବଜିତ, ପ୍ରିୟମ୍ବଦା, ରିତୁପର୍ଣା, ବିଭୁତି ଭୂଷଣ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ l ଆମ ଦେଶ ଏଵଂ ରାଜ୍ୟରେ ମହିଳାଙ୍କ ଶିକ୍ଷା , ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଏଵଂ ରାଜନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର କ୍ରମାଗତ ପଦକ୍ଷେପ ନେଇ ଚାଲିଛନ୍ତି କିନ୍ତୁ ବିଶ୍ଵ ଲିଙ୍ଗଗତ ଅସମାନତା ସୂଚକାଙ୍କ-୨୦୨୩ ଦ୍ୱାରା ପ୍ରମାଣିତ ହେଉଛି ଯେ ସରକାର ଙ୍କ ବହୁବିଧ ପଦକ୍ଷେପ ସତ୍ବେ ଆମର ପ୍ରଗତି ଆଶାନୁରୂପ ହେଉନାହିଁ । ଏହି ପରିପ୍ରେକ୍ଷୀରେ ଯଦି ସମାଜ ଲିଙ୍ଗଗତ ସମାନତାକୁ ପ୍ରାଥମିକତା ନଦିଅନ୍ତି ତେବେ ଆମର ପ୍ରଗତି ଆଶାନୁକୁଳ ହେବନାହିଁ l ସେଥିପାଇଁ ଅଧିକ ନିବେଶ । ଆମର କାର୍ଯ୍ୟ ଏବଂ ଆଭିମୁଖ୍ୟରେ ଆମେ ଲିଙ୍ଗଗତ ସମାନତା ପାଇଁ ଚେଷ୍ଟିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଗତି ପଥରେ ଆଗେଇ ଯିବାକୁ ହେଲେ , ଆମକୁ ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶରେ ଅଧିକ ବିନିଯୋଗ କରିବାକୁ ପଡିବ l ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଛାତ୍ରଛାତ୍ରୀ ମାନେ ନିଜ ନିଜ ମଧ୍ୟରେ କହିଛନ୍ତି ଯେ ଆମର ଝିଅ ଏବଂ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି କିନ୍ତୁ ଶୀର୍ଷ ପଦବୀରେ ଆମେ ଜଣେ ପୁରୁଷ ଆଶା କରୁଛୁ ଏବଂ ଏହା ମଧ୍ୟ ଘଟୁଛି। ଭାରତରେ ଦୁନିଆର ସବୁଠାରୁ କନିଷ୍ଠ ଯୁବ ଜନସଂଖ୍ୟା ରହିଛି ଏବଂ ମହିଳାଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପିତୃପୁରୁଷ ମାନସିକତା ହେତୁ କୌଣସି ବୟସର ମହିଳାମାନେ ଅନଲାଇନ୍ ଏବଂ ଅଫଲାଇନରେ ସୁରକ୍ଷିତ ନୁହଁନ୍ତି। ଶିକ୍ଷିତ ଯୁବଶକ୍ତି ସେମାନଙ୍କ ଆଚରଣରେ ମହିଳା ମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଯାହା ଦ୍ଵାରା ଆମ ସମାଜରେ ମହିଳା ପ୍ରତିଷ୍ଠିତ ହୋଇପାରିବେ । ତେବେ ସରକାରଙ୍କ କାର୍ଯ୍ୟକ୍ରମ ସଫଳ ରୂପାଯନ ହୋଇପାରିବ । ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରଯାଇଥିଲା ।