ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର
କଟକ: କଟକ ଜିଲ୍ଲା ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ନିଖୋଜ ହୋଇଥାଇଥିବା କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଜିଲ୍ଲା ଭଦିମୂଳରେ ପାଣି ଉଠାଇବା ବେଳେ ନିଖୋଜ ହୋଇଥିଲେ ତିନିଘରିଆ ଅଞ୍ଚଳର ବିଶ୍ୱଜିତ ବେହେରା। ଗତକାଲି ପାଣି ଉଠାଇବା ବେଳେ ଭସିଯାଇଥିଲେ ବିଶ୍ୱଜିତ। ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ।