ଟ୍ରକ୍ ଧକ୍କାରେ ୩ ମୃତ

Aug 5, 2024 - 16:07
 4

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟରେ ବାଇକ୍‌କୁ ଚାପିଦେଲା ଟ୍ରକ୍‌। ଜଣେ ବ୍ୟକ୍ତି ନିଜ ପୁଅ ସହ ପଡ଼ୋଶୀଙ୍କ ପୁଅଙ୍କୁ ସ୍କୁଲ ନେଇ ଆସୁଥିଲେ। ଟ୍ରକ୍ ଧକ୍କାରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ।