ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଜଗତ ର କଲ୍ଯାଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭଜନ ଓ ଆଳତି

Mar 14, 2025 - 23:20
 67
ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଜଗତ ର କଲ୍ଯାଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭଜନ ଓ ଆଳତି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ବର ୟୁନିଟ୍ ୯ ଫ୍ଲାଟ ପ୍ରଶାନ୍ତ ଆପାର୍ଟମେଣ୍ଟ ରେ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଜଗତର କଲ୍ଯାଣ ନିମିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭଜନ ଓ ଆଳତି କରାଯାଇ ଓଡିଶା ବାସି ଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।

ଆଜିର ଭଜନ କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ବହୁ କଳାକାର ମାନେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ।

ଏହି ଅବସରରେ ବହୁ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ, ଶ୍ରୀ ଭାରତୀ ଭୂଷଣ ପଟନାୟକ, ଆଶା ମୁକୂଳ ବାରିକ ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ଅଜୟ ଦାସ,ଦିବ୍ୟ ଦର୍ଶନ ବକ୍ସି ହେମନ୍ତ ବାବୁ ଓ ଅନାନ୍ୟ ମହିଳା ସଦସ୍ୟ ମାନେ ଉପସ୍ଥିତ ରହି ବହୁତ ସୁନ୍ଦର ଭଜନ ବୋଲିଥିଲେ। 

ପରେ ପରେ ମହାପ୍ରଭୁ ଙ୍କ ପାଖରେ ଆଳତି କରାଯାଇ ଜଗତ ର କଲ୍ଯାଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା।

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କର ମୁଣ୍ଡରେ ଫଗୁ ଲଗାଯାଇଥିଲା ଓ ସମସ୍ତଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ର ଶୁଭେଚ୍ଛା ଜଣା ଯାଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମ ରେ ପ୍ରଭାକର ମଲ୍ଲିକ, ରାଧାବଲ୍ଲଭ ସିଂ, ବୈକୁଣ୍ଠନାଥ ମହାପାତ୍ର, ନିରଞ୍ଜନ ଦାସ ସୁରେଶ ମିଶ୍ର ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ ବଂଶୀଧର ନାୟକ,ଶ୍ରୀନିବାସ ରାଓ ଓ ପରିବାର ର ସଦସ୍ୟ ମାନେ ଯୋଗ ଦେଇଥିଲେ।

ପରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିଥିଲେ।