ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ୭ ଦିନରେ ସାର୍ଟିଫିକେଟ୍

Mar 16, 2024 - 15:25
 10

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ୭ ଦିନ ମଧ୍ୟରେ ମିଳିବ ଡିଜିଟାଲ ପ୍ରମାଣପତ୍ର। ପରୀକ୍ଷାଫଳ ପ୍ରକାଶ ହେବାର ଏକ ମାସ ମଧ୍ୟରେ ଶିକ୍ଷାନୁଷ୍ଠାନରୁ ମିଳିବ ପ୍ରମାଣପତ୍ରର ହାର୍ଡକପି। ମାଟ୍ରିକ ମୂଲ୍ୟାୟନ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୪ ତାରିଖରୁ ୫୫ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଖାତା ମୂଲ୍ୟାୟନ। ସର୍ବନିମ୍ନ ୧୫ ଦିନ ଲାଗିବ ମୂଲ୍ୟାୟନ କାର୍ଯ୍ୟ। ମୂଲ୍ୟାୟନ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।