୧୪ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

Mar 16, 2024 - 15:26
 6

ଭୁବନେଶ୍ୱର: ଆଜି ଓଡ଼ିଶା କ୍ୟାବିନେଟ୍ ବୈଠକରେ ୧୪ ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବସିଥିଲା ବୈଠକ। କଟକ ଚାଉଳିଆଗଞ୍ଜ ରେ ହେବ ଡିଏଭି ଏସ ସି ବି ମେଡିକାଲ ସ୍କୁଲ୍। ସ୍କୁଲ୍ ପାଇଁ ଲିଜ୍ ରେ ଦିଆଯିବ ଜମି। ମହାନଦୀ ଉପରେ ହେବ ଉଚ୍ଚ ସେତୁ। କଟକ ଜିଲ୍ଲା ସାଲେପୁର ବ୍ରାହ୍ମଣଖଣ୍ଡ - ସାହୁଖେତ ରାସ୍ତାରେ ନିର୍ମାଣ ହେବ ସେତୁ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ହେବ ଯାଦବ ଭବନ। ଅଧ ଏକର ଜମିରେ ହେବ ଯାଦବ ଭବନ। ଜଳସେଚିତ ଅଞ୍ଚଳରେ ପୁନଃ ନିର୍ମାଣ ହେବ ପୁରାତନ କରନାଳୀ। ଆଜି ବସିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ।