ଦୀପାବଳୀ କାହିଁକି ପାଳନ କରାଯାଏ
ହିନ୍ଦୁ ପରମ୍ପରା ଅନୁଯାୟୀ ଦୀପାବଳୀ ଏକ ସ୍ବତନ୍ତ୍ର ପର୍ବ ଅଟେ। ଦୀପାବଳୀ କୁ ଆମ୍ଭେ ମାନେ ମହlଆଡମ୍ବର ରେ ପାଳନ କରିଥାଉ । ମହା ମାୟା ଙ୍କ ତିନି ସ୍ଵରୂପ ହେଉଛି ମହାଲକ୍ଷ୍ମୀ, ସରସ୍ଵତୀ ଓ ମହାକାଳୀ। ଦୀପାବଳିରେ ମା ମହା କାଳୀଙ୍କୁ ଆବାହନ କରି ପୂଜା କରାଯାଇ ଥାଏ l ଦୀପାବଳି ପାଳନ ର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି।ପୌରାଣିକ କିମ୍ବଦନ୍ତୀ ରୁ ଜଣାଯାଏ ଶ୍ରୀରାମ ରାବଣ କୁ ମାରି ମାତା ସୀତାଙ୍କୁ ଉଦ୍ଧାର କରି ଥିଲେ ଅସତ୍ୟ ଉପରେ ସତ୍ୟ ର ବିଜୟ କରି ରାମଚନ୍ଦ୍ର
ଅଯୋଧ୍ୟା କୁ ଏହି ଦିନ ପ୍ରତ୍ୟାବର୍ତ୍ତନ କରି ଥିଲେ, ତେଣୁ ଅଯୋଧ୍ୟା ବlସୀ ଅତ୍ୟନ୍ତ ଖୁସି ହୋଇ ସମ୍ପୂର୍ଣ ଅଯୋଧ୍ୟା କୁ ଦ୍ଵୀପ ପ୍ରଜ୍ୱଳନ କରି ଆଲୋକିତ କରିଥଲେ ଯାହା ଦୀପାବଳୀ ରୂପେ ପାଳିତ ହେଉଛି।
ଅନ୍ୟ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ ମହାଦlନି ବଳୀ ଙ୍କୁ ପ୍ରଭୁ ବାମନ ଅବତାର ରେ ପlତାଳକୁ ଚାପି ଦେଇଥିଲେ ଏବଂ ସେଠାରେ ତାଙ୍କୁ ରାଜା କରିଥଲେ। ଏହି ଦିନରେ ବଳୀ ପ୍ରଭୁଙ୍କୁ ବର୍ଷକରେ ଥରେ ମର୍ତ୍ତ୍ୟ କୁ ଆସିବାକୁ ବର ମାଗିଥିଲେ ସେହି ଦିନକୁ ମନେ ପକାଇ ବା ପାଇଁ ପ୍ରତି ବର୍ଷ ଦୀପ ପ୍ରଜ୍ବଳନ କରାଯାଇଥାଏ।
ଅନ୍ୟ ଏକ କିମ୍ବଦନ୍ତୀ ରୁ ଜଣାଯାଏ ପାଣ୍ଡବ ମାନେ ଚଉଦ ବର୍ଷ ଓ ଏକ ବର୍ଷ ଅଜ୍ଞାତ ବାସ ପୁର୍ଣ୍ଣ କରି ଏହିଦିନରେ ଫେରିଥିଲେ, ତେଣୁ ଏହିଦିନ କୁ ଦୀପାବଳୀ ରୂପେ ପାଳିଥାଆନ୍ତି।
ଏହି ଦିନ ମଧ୍ୟ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ବାହାରି ଥିଲେ ଏବଂ ପ୍ରଭୁ ବିଷ୍ଣୁ ଙ୍କୁ ବିବାହ କରିଥଲେ, ସେଥିପାଇଁ ପାଳନ କରାଯାଇ ଥାଏ।
ବୈଜ୍ଞାନିକ ମତ ଅନୁସାରେ ଏହି ସମୟରେ ଚାଷ ଜମିରେ ପ୍ରଚୁର ପରିମାଣ ରେ କିତପଟଙ୍ଗ ଜାତ ହୋଇଥାନ୍ତି ତାକୁ ହିଁ ବିନାଶ କରିବା ପାଇଁ ଦୀପ ପ୍ରଜ୍ବଳନ କରାଯାଏ ଓ ବlଣ ଫୁଟାଇ ତାଙ୍କୁ ହଟାଇ ଦିଆଯାଇଥାଏ । ତେଣୁ କାରଣଯାହା ହେଉନା କାହିଁକି ଆଲୋକରେ ଅନ୍ଧାର କୁ ଦୂର କରିବା ବା ଅଜ୍ଞାନ , କାମ କ୍ରୋଧ କୁ ପରିତ୍ୟାଗ କରି ଜ୍ଞାନ କୁ ଜୀବନରେ ଆପଣାଇବା ଯଥା ପ୍ରୀତି ମୈତ୍ରୀ ଓ ତ୍ୟାଗ ଭାବକୁ ଓ ଜାଗ୍ରତ କରିବା ଆମର ଲକ୍ଷ୍ୟ ହେବା ଉଚିତ୍।