ଓଡିଶା ପୁନର୍ଗଠନରେ ନାଗରିକ ସମାଜର ଭୂମିକା

ଭୁବନେଶ୍ୱର : ବିକଳ୍ପ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜାତୀୟ ଯୁବ ପ୍ରକଳ୍ପ ଓ ବିନୋବା ସେବା ପ୍ରତିଷ୍ଠାନ ସହଯୋଗରେ ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ “ଓଡିଶା ପୁନର୍ଗଠନରେ ନାଗରିକ ସମାଜର ଭୂମିକା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଏହାର ମୁଖ୍ୟ ସଂଯୋଜକ ମନୋଜ ଜେନା ବିସ୍ତୁତ ବିବରଣୀ ରଖିଥିଲେ l କାର୍ଯ୍ୟକ୍ରମକୁ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୁଦନ ଦାସ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ଅତିଥିବକ୍ତା ଭାବେ ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କହିଥିଲେ ଆଜି ପର୍ଯ୍ୟନ୍ତ ସମସ୍ତ ନେତା ମନ୍ତୀ ଆଉ କାହାର ସ୍ବପ୍ନ ପୂରଣ ନାଁ ରେ ଭୁତାଇ ଚାଲିଛନ୍ତି l ପ୍ରକୃତରେ ସମସ୍ତ ଜନସାଧାରଣ ନିଜେ ନିଜର ସ୍ବପ୍ନ ପୂରଣ କରି ପାରିଲେ ଦେଶ ଆପଣା ଛାଏଁ ପରିବର୍ତନ ହୋଇ ବିକଶିତ ହେବ l ସମସ୍ତେ ଆପଣl ସ୍ୱାର୍ଥ ସହିତ ମୁକ୍ତ ଚିନ୍ତକ ହେବା ଉଚିତ l ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ସାମଗ୍ରିକ ଭାବେ ଚେଷ୍ଟା କରିବା ଉଚିତ l
ସି.ୱାଇ.ଏସ. ଡି ର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ସମାଜରେ ନିମ୍ନ ସ୍ତରର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ନାଗରିକ ସମାଜ ଉପସ୍ଥାପନ କରିବା ସହିତ ସାଧାରଣ ଲୋକ ମଧ୍ୟ ନିଜ ସମସ୍ୟାର ସମାଧାନ ପାଇଁ ଲୋକ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବା ଉଚିତ ବୋଲି କହିଥିଲେ l ନିର୍ବାଚନ କମିଶନଙ୍କ ପୂର୍ବତନ ପରାମର୍ଶଦାତା ଡ଼ଃ ଭଗବାନ ପ୍ରକାଶ ନାଗରିକ ସମାଜ ନାଗରିକ ମାନଙ୍କ ପ୍ରକୃତ ସ୍ୱର ହେବାକୁ ସଦାବେଳେ ଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ l ଓଡିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ନାଗରିକ ସମାଜର ଶାସନ ବ୍ୟବସ୍ଥାର ସଂଶୋଧନ, ପରାମର୍ଶ, ପ୍ରସ୍ତାବ ଓ ସୁପାରିଶ ସରକାରଙ୍କ କାର୍ଯ୍ୟକ୍ରମ କୁ ନିୟନ୍ତ୍ରଣ କରିପାରୁଛି ବୋଲି କହିଥିଲେ l
ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପମୁଦ୍ରା ମହାନ୍ତି ଯୋଗଦେଇ ନାଗରିକ ସମାଜକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଶିକ୍ଷା ବିକାଶର ମୂଳମନ୍ତ୍ର,ତେଣୁ ସରକାରଙ୍କ ସହ ନାଗରିକ ସମାଜ ମଧ୍ୟ ସେଥିପାଇଁ ପ୍ରାଥମିକତା ଦେବା ଆବଶ୍ୟକ l ଜାତୀୟ ସେବା ଯୋଜନା ର ସଂଯୋଜକ ବିଶ୍ୱ ମୋହନ ଜେନା ସମାଜରେ ପରିବର୍ତନ ପାଇଁ ଶିକ୍ଷା ହିଁ ମୂଳମନ୍ତ୍ର ବୋଲି କହିଥିଲେ l ମହିଳା ଆତ୍ମନିର୍ଭର ଅଭିଯାନ ଅଧକ୍ଷl ଡ଼ ରୀନା ରାଉତରାୟ ଆଜିର ଯୁବସମାଜ ପରିବର୍ତ୍ତିତ ବିକଶିତ ସମାଜର ଅସଲ ସୈନିକ ତେଣୁ ସେମାନଙ୍କୁ ଉଚିତ ମାର୍ଗଦର୍ଶନ କରାଇବା ମଧ୍ୟ ଆମର କର୍ତ୍ତବ୍ୟ ବୋଲି କହିଥିଲେ l ବିକଳ୍ପର ସଦସ୍ୟ ମାୟାଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସଂଗ୍ରାମ ସାମନ୍ତରାୟ, ସୁଶ୍ରୀ ଗାର୍ଗୀ,ସରୋଜ,ସୂର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆଗାମୀ ବର୍ଷ ପାଇଁ ଏକ ଯୋଜନା ପାରିତ ହୋଇଥିଲା ! ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ଭଗବାନ ପ୍ରକାଶ ଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିଲା।