ଗଞ୍ଜାମରେ ଘର ଉପରକୁ ବୋମାମାଡ଼, ୨ ଆହତ
ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ହରିପୁର ଗାଁରେ ବୋମାମାଡ଼ ହୋଇଛି। ଏକ ଘର ଉପରକୁ ହେଇଥିବା ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ହୋଇଥିବା ଘରର ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି।