ଡିଭାଇନ ନଗରରେ ରାସ୍ତାକାମ ନିମନ୍ତେ ଭିତ୍ତିପ୍ରସ୍ତର

ଭୁବନେଶ୍ୱର- ତା.୦୨.୦୨.୨୦୨୪- ଭୁବନେଶ୍ୱର ମହାନଗର ନିଗମ ଝାରପଡା ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଡିଭାଇନ ନଗରରେ ରାସ୍ତାକାମ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କର୍ପୋରେଟର ଶ୍ରୀ ଶ୍ରୀଧର ଜେନା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସ୍ଥାନୀୟ ଅଧିବାସୀ ସାମିଲ ହେବା ସହ ଶ୍ରୀ ଜେନାଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଉକ୍ତ ଅଂଚଳରେ ସ୍ୱଚ୍ଛତା ଓ ଆଲୋକୀକରଣରେ ଦିଗରେ ସ୍ଥାନୀୟ କର୍ପୋରେଟରଙ୍କ ଉଦ୍ୟମକୁ ମଧ୍ୟ ନଗରବାସୀ ଭୂୟସୀ ପ୍ରଶଂସା କରିଥିଲେ ।