ଚିଲିକା ମଝିରେ ଅଟକିଲା ଭସାପୋଲ

Feb 13, 2024 - 17:38
 13

ଖୋର୍ଦ୍ଧା: ଆଜି ସକାଳେ ଚିଲିକା ମଝିରେ କିଛି ସମୟ ପାଇଁ ଅଟକି ରହିଥିଲା ଏକ ଭସାପୋଲ। ପୁରୀ ଜିଲ୍ଲା ସାତପଡ଼ା ରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା ଭସାପୋଲ। ଘନ କୁହୁଡ଼ି ଯୋଗୁଁ ଏହା ମଝି ଚିଲିକାରେ ଅଟକିଥିଲା। ଭସାପୋଲରେ ଥିଲା ଏକ ବସ୍, କାର୍ ଓ ବାଇକ୍ । ଶତାଧିକ ଲୋକେ ମଧ୍ୟ ଭସାପୋଲରେ ଯାତ୍ରା କରୁଥିଲେ। କୁହୁଡ଼ି କମିବାରୁ ଏହା ଧୀରେ ଧୀରେ ଆଗକୁ ବଢ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା।