ଜାତୀୟ ମାଷ୍ଟର ଆଥ୍ଲେଟିକ୍ ପ୍ରତିଯୋଗିତାରେ ଓଡ଼ିଶାକୁ ୧୦ ପଦକ

Feb 21, 2024 - 22:17
 42
ଭୁବନେଶ୍ବର ୨୧.୦୨.୨୦୨୪
ଜାତୀୟ ମାଷ୍ଟର ଆଥଲେଟିକ୍ ଆସୋସିଏସନର ୩୧ତମ କ୍ରୀଡ଼ା ପ୍ରତିଯୋଗିତା ମହାରାଷ୍ଟ୍ରର ପୁନେଠାରେ ଗତ ଫେବୃଆରୀ ୧୩ରୁ ୧୭ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଯାଇଛି ।  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦ଜଣ ପ୍ରତିଯୋଗୀ ଭାଗନେଇ ବିଭିନ୍ନ ବର୍ଗରେ ୧୦ଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। 
ଏଥି ମଧ୍ୟରୁ ପୁରୁଷ ବିଭାଗରେ ୭୦ ବର୍ଷ ବର୍ଗରେ ଶ୍ରୀ ଅଶୋକ ବିଶ୍ବାଳ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ୪୫ ବର୍ଷ ବର୍ଗରେ ଶ୍ରୀ ମଳୟ ରଞ୍ଜନ ପତି ମଧ୍ୟ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।  ଶ୍ରୀ ମଦନ କୁମାର ଶର୍ମା ୪୫ବର୍ଷ ବର୍ଗ ଓ ଶ୍ରୀ କିଶୋର ଚନ୍ଦ୍ର ରଥ ୬୦ ବର୍ଷ ବର୍ଗରେ ଯଥାକ୍ରମେ ଜାଭେଲିନ୍ ଥ୍ରୋ ଓ ଟ୍ରିପଲ୍ ଜମ୍ପରେ ରୌପ୍ଯ ପଦକ ପାଇଛନ୍ତି ।
ସେହିପରି  ମହିଳାଙ୍କ ମଧ୍ୟରୁ ୬୦ ବର୍ଷ ବର୍ଗରେ ଶ୍ରୀମତୀ ସ୍ବର୍ଣ୍ଣପ୍ରିୟା ମହାନ୍ତିଙ୍କୁ ବାଧାଜମ୍ପ ଓ ଟ୍ରିପିଲ୍ ଜମ୍ପରେ ୨ଟି ରୌପ୍ଯ ପଦକ ସହିତ ଶ୍ରୀମତୀ ସୁକାନ୍ତି ପାତ୍ର ୪୫ ବର୍ଷ ବର୍ଗରେ ୪୦୦ ମିଟର ଦୌଡ଼ରେ ଅନ୍ଯ ଏକ ରୌପ୍ଯ ପଦକ ଜିତିଛନ୍ତି । 
ଶ୍ରୀ ଅରୁଣ କୁମାର ପାତ୍ର ୫ କିଲୋମିଟର ୱାକିଙ୍ଗରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।