ଓଡ଼ିଶା ପାଳନ କରୁଛି ୮୯ ତମ ଉତ୍କଳ ଦିବସ : ବିଶ୍ଵ ରଞ୍ଜନ
କୁଏତ : ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା। ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ୍ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ। ସ୍ବତନ୍ତ୍ର ଓଡ଼ିଶାର ଜନ୍ମ ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀରୁ ଝରିଆସିଥିଲା ଏଇ ସୁପ୍ରସିଦ୍ଧ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ୧୫୬୮ରେ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ଓଡ଼ିଶାର ଭବିଷ୍ୟତକୁ ସ୍ବର୍ଣ୍ଣିମ କରିବା ପାଇଁ ଏହି ମହାନ୍ ବିପ୍ଳବୀମାନେ ଖୁବ୍ କଷ୍ଟ କରିଥିଲେ। ଶେଷରେ ସ୍ବତନ୍ତ୍ର ଓଡ଼ିଶାର ଜନ୍ମ ହୋଇଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା । ୧୯୩୬, ଏପ୍ରିଲ ପହିଲାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ରେ ଓଡ଼ିଶାର ୧୩ ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ ଜିଲ୍ଲାରେ ଭାଗ କରାଗଲା । ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ।ଓଡ଼ିଶାବାସୀଙ୍କ ପାଇଁ ଏମାନେ ଚିରନମସ୍ୟ। ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଫାହିଲ୍ ସିଟି, କୁଏତ । ୱାଟ୍ସପ୍ ନମ୍ବର:-(+୯୬୫)-୫୫୫୬୮୯୯୦ / (+୯୧)- ୯୬୬୮୧ ୧୮୮୨୫ E-Mail:- bharatsevadarsan@gmail.com