ଶସ୍ତା ହେଲା ୧୯ କେଜି କମର୍ସିଆଲ ଗ୍ୟାସ୍
ଭୁବନେଶ୍ୱର: କମିଲା ୧୯ କେଜି କମର୍ସିଆଲ ଗ୍ୟାସ୍। ୩୦ ଟଙ୍କା ୫୦ ପଇସା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର। ଦିଲ୍ଲୀରେ ୧୭୬୪.୫୦ ଟଙ୍କା ହେଲା ନୂଆ ଦର। ୫ କେଜି ଫ୍ରି ଟ୍ରେଡ୍ ଏଲପିଜି (ଏଫ୍ଟିଏଲ୍) ସିଲିଣ୍ଡର୍ ଦର ୭ ଟଙ୍କା ୫୦ ପଇସା ହ୍ରାସ ପାଇଛି। କ୍ରମାଗତ ଦୁଇ ଥର ବୃଦ୍ଧି ପାଇବା ପରେ କମିଲା କମର୍ସିଆଲ ଗ୍ୟାସ୍ ଦର।