ଆଉ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆଉ ୬ ଲୋକସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ୨ ପର୍ଯ୍ୟାୟରେ ମୋଟ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବୁଧବାର ସକାଳେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ପୁଣି ଆଉ ୬ ଅର୍ଥାତ୍ ମୋଟ ୧୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ପୁରୀରୁ ପିନାକୀ ମିଶ୍ରଙ୍କ ଟିକେଟ୍ କାଟିଛି ବିଜେଡି । ତାଙ୍କ ସ୍ଥାନରେ ଅରୂପ ପଟ୍ଟନାୟକଙ୍କୁ ଦଳ ଟିକେଟ୍ ମିଳିଛି । ସେହିଭଳି ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସତୃପ୍ତ ମିଶ୍ର ଏବଂ ଯାଜପୁରରୁ ଦଳ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି ।