ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ୬ଟା ରାତି ୧୦ଟା ଯାଏଁ ବନ୍ଦ ରହିବ ଦର୍ଶନ। ମହାପ୍ରଭୁଙ୍କ ବାନକଲାଗି ନୀତି ପାଇଁ ବନ୍ଦ ରହିବ ଦର୍ଶନ। ଦ୍ଵିତୀୟ ଭୋଗ ମଣ୍ଡପ ପରେ ହେବ ଶ୍ରୀମୁଖ ଶୃଙ୍ଗାର। ନୀତି ପରେ ମହାସ୍ନାନ ହୋଇ ଆରମ୍ଭ ହେବ ଦର୍ଶନ।