ନୂଆ ଓଡ଼ିଶା ଯୋଜନା ଆରମ୍ଭ
ଭୁବନେଶ୍ୱର: ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା। ଏହି ଯୋଜନା ଅନ୍ତର୍ଗତ ପ୍ରତି ବର୍ଷ ଲକ୍ଷେ ଯୁବକଙ୍କୁ ଦିଆଯିବ ଦକ୍ଷତା ବିକାଶ ତାଲିମ୍। ଏଥି ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୮୫ କୋଟି ଟଙ୍କା। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଛି ଏହି ନିଷ୍ପତି। ସୂଚନା ଅନଯାୟୀ, ୧୯ଟି ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ୍ ମୋହର। ବ୍ୟାଙ୍କ ଶାଖା ନଥିବା ୪୩୭୩ଟି ପଂଚାୟତରେ ଖୋଲିବ ସିଏପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍। ସେହିପରି ୨୦୨୪ ନିର୍ବାଚନ ପୁର୍ବରୁ ପ୍ରତ୍ୟେକ ଘରେ କିପରି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ କ୍ଷେତ୍ରରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ।