ପିପୁଲସ ଫୋରମ ଝାରସୁଗୁଡାର ଅନ୍ତେବାସୀ ମାନେ ପାଳିଲେ ହୋଲି ପର୍ବ

ଝାରସୁଗୁଡା, ତାରିଖ-୨୬/୦୩/୨୦୨୪
ପିପୁଲସ ଫୋରମ ସ୍ବେତ୍ସାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଝାରସୁଗୁଡା ଜିଲ୍ଲାର ସମସ୍ତ ଥଇଥାନ କେନ୍ଦ୍ର ଗୁଡିକରେ ହୋଲି ପର୍ବ ପାଳନ କରାଯାଇଛି। ଏହି ପୁନର୍ବାସ ଓ ଥଇଥାନ କେନ୍ଦ୍ର ଗୁଡିକ ହେଲେ ହ. କଣ୍ଟାପଲି ଠାରେ ଥିବା ମାନସିକ ବିକାରଗ୍ରସ୍ତ ମହିଳା ମାନଙ୍କ ପାଇଁ ଉଦିଷ୍ଟ ମିଶନ ଆଶ୍ରା୧ଏବଂ ୨, ବଡ଼ମାଲ ଠାରେ ଥିବା ଓ ମାନସିକ ବିକାରଗ୍ରସ୍ତ ପୁରୁଷ ମାନଙ୍କ ପାଇଁ ଉଦିଷ୍ଟ ମିଶନ ଆଶାଲୋକ-୧ ଓ ଆର. କଣ୍ଟାପଲି ଠାରେ ଥିବା ମିଶନ ଆଶାଲୋକ-୨, ଗୋବିନ୍ଦପୁର ଠାରେ ଥିବା ବୃଦ୍ଧାଶ୍ରମ, ଓ ସୁଲଦିଆ ପଡା ଠାରେ ଥିବା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ର। ଏହି ସବୁ କେନ୍ଦ୍ର ଗୁଡିକରେ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମନେ ଖୁବ ଧୁମ ଧାମ ର ସହ ପରସ୍ପରକୁ ଅବିର ଲଗାଇ ହୋଲି ର ସୁବେତ୍ସା ଜଣାଇ ଏହି ପର୍ବ ପାଳନ କରିଥିଲେ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ, ସାମାଜିକ ସ୍ବେତ୍ସାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଉତ୍ସବରେ ଯୋଗଦାନ ଦେଇ ଅନ୍ତେବାସୀ ମାନଙ୍କ ସହ ହୋଲି ଖେଳିବା ସହ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପଣା ମଧ୍ୟ ପିଇ ଥିଲେ।
ଏହି ଉତ୍ସବରେ ମିଶନ ଆଶାଲୋକ-୧ କୁ ଝାରସୁଗୁଡା ଜିଲ୍ଲାର ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ପ୍ରତିଭା ବେହେରା ମହୋଦୟା ଅତିଥି ଭାବେ ଆସି ଅନ୍ତେବାସୀ ମାନଙ୍କ ସହ ହୋଲି ଖେଳି ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଆରୋଗ୍ୟ କମନା କରିଥିଲେ। ଏହା ସହ ମିଶନ ଆଶ୍ରା-୧ଏବଂ୨ ରେ ଅତିଥି ଭାବେ ଯୋଗ ଦେଇଥିବା ଅତିଥି ମାନେ ହେଲେ ଝାରସୁଗୁଡା ଜିଲ୍ଲା ଅଗ୍ରଣୀ ସମାଜସେବୀ ଶ୍ରୀମତୀ କବିତା ପଣ୍ଡା ମହୋଦୟା, ଅଧ୍ୟାପିକା ତଥା କବୟିତ୍ରୀ ଶ୍ରୀମତୀ ମାନ୍ଦକିନୀ ଶତପଥୀ ଓ ଏଇ ତ ଜୀବନ ସମାଜ ସେବୀ ସଂସ୍ଥା ର
ସଭାପତି ଶ୍ରୀମତୀ ସୁଜାତା ମିଶ୍ର ମହୋଦୟା ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହ ହୋଲି ଖେଳି ସେମାନଙ୍କ ଦୀର୍ଘ ଆରୋଗ୍ୟ ଜୀବନ କାମନା କରିଥିଲେ। ପିପୁଲସ ଫୋରମ ପ୍ରତ୍ୟେକ ପ୍ରକାରର ଆଞ୍ଚଳିକ ଓ ଜାତୀୟ ପର୍ବ ପର୍ବାଣୀ ସବୁ ଏହାର ପ୍ରତେକ୍ୟ ଅନୁଷ୍ଠାନ ଗୁଡିକରେ ବର୍ଷ ତମାମ ପାଳନ କରି ଆସୁଛି। ଅନ୍ତେବାସୀ ମାନଙ୍କୁ ଏକ ପାରିବାରିକ ପରିବେଶ ଯୋଗାଇ ଦେବା ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ଣତି ଆଣିବା ଏହି ଭଳି ପର୍ବ ପାଳନର ମୁଖ୍ୟ ଉଦେଶ୍ୟ।
ଧନ୍ୟବାଦ