ଭୁବନେଶ୍ୱର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତି ଭୁବନେଶ୍ଵର ପକ୍ଷରୁ ଦିବ୍ୟଧାମ ହରିଦ୍ଵାରର ଶ୍ରୀମଙ୍ଗଳ ଆଶ୍ରମ ଠାରେ ୧.୬.୨୪ ଠାରୁ ୫.୬.୨୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଏହା ସହିତ ସହିଦନଗର ମା ଖଣ୍ଡୁଆଳି ମନ୍ଦିର ରେ ଏପ୍ରିଲ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମଧ୍ୟ ଅନୁଷ୍ଠିତ କରାଯିବ। ଦିବ୍ୟଆତ୍ମନ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦିବ୍ୟଧାମ ହରିଦ୍ଵାର ଠାରେ ଅବସ୍ଥିତ ଶ୍ରୀ ମଙ୍ଗଳ ଆଶ୍ରମ ପବନ ଧାମ ଛକ(ସ୍ଵାମୀ ନାରାୟଣ ଆଶ୍ରମ ପାଖ) ଠାରେ ଅନୁଷ୍ଠିତ ହେବ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ହରିଦ୍ୱାର ଯାତ୍ରା ବିଷୟରେ ପ୍ରାଞ୍ଜଳ ଭାବେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଉପ ସଭାପତି ବୈକୁଣ୍ଠ ମହାପାତ୍ର ଓ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଉପସ୍ଥିତ ରହି ସମସ୍ତଙ୍କୁ ଏହି ହରିଦ୍ୱାର ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ଓ ବ୍ରହ୍ମଚାରି ଶ୍ରୀସତ୍ୟାନନ୍ଦ ଦାସ ଧାରାବାହିକ ପ୍ରବକ୍ତା ରୁପେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଠାରେ ୩୧.୫.୨୦୨୪ ରାତିରୁ ୬.୬. ୨୦୨୪ ସକାଳ ପର୍ଯ୍ୟନ୍ତ ରହିବା ଓ ପ୍ରସାଦ ସେବନ ନିମନ୍ତେ ବନ୍ଦୋବସ୍ତ କରାଯାଇଛି, ରୁମ ଗୁଡିକ ଏସି ପାଇଁ ୮୦୦୦ ଟଙ୍କା ଓ କୁଲର ରୁମ ନିମନ୍ତେ ୭୦୦୦ ଟଙ୍କା ପ୍ରଦାନ କରିବାକୁ ପଡିବ। ରୁମ୍ ଗୁଡ଼ିକ ସେୟାରିଂ ହିସାବରେ ଆଲଟ କରାଯିବ । ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚଳିତ ମାସର ଏପ୍ରିଲ ୧୨ ରୁ ୧୬ ପର୍ଯ୍ୟନ୍ତ ସହିଦନଗର ଭୁବନେଶ୍ୱର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ପ୍ରଥମ ଥର ପାଇଁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ସାଂସ୍କୃତିକ ସମିତିର ମିଳିତ ସହଯୋଗରେ କରାଯିବ । ପ୍ରଥମ ଦିନ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧାବଲ୍ଳଭ ମଠ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରକୁ ଉଦଘାଟନ କରିବାକୁ ସମତ୍ତି ପ୍ରଦାନ କରିଛନ୍ତି। ଶେଷ ଦିନ ଉଦଘାଟକ ଭାବେ ଡ଼ ଅଶୋକ ମହାପାତ୍ର ମୁଖ୍ୟ ଅତିଥି ଭାବେ, ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଶ୍ରୀ ମନ୍ଦିର ପୁରୀ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ହରିଦ୍ୱାର ଯାତ୍ରାର ଦେୟ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର ୩୮୨୫୦୪୭୯୬୧୮, ଆଇଏଫଏସସି କୋଡ SBIN0005093 ରେ ଜମା କରିବାକୁ ବିଶେଷ ଅନୁରୋଧ କରାଯାଇଛି। ହରିଦ୍ଵାର ଯିବା ଓ ସେଠାରୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ କରିବାକୁ ପଡ଼ିବ। ହରିଦ୍ଵାର ଠାରେ ରହିବା ପ୍ରସାଦ ସେବନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଆ ଯାଉଥିବା ଅର୍ଥ କୌଣସି ପରିସ୍ଥିତିରେ ଫେରସ୍ତ ହେବ ନାହିଁ । ଇଛୁକ ବ୍ୟକ୍ତି ବିଶେଷ ଶୀଘ୍ର ଟିକେଟ କାଟି ସ୍ତାନ ସଂରକ୍ଷଣ କରିବା ପାଇଁ ବିଶେଷ ଅନୁରୋଧ କରାଯାଇଛି। ଅଧିକ ଜାଣିବା ପାଇଁ ଏହି ନମ୍ବର ଯୋଗାଯୋଗ କରିପାରିବେ। ପ୍ରଭାକର ମଲ୍ଲିକ 9439691060, ବୈକୁଣ୍ଠନାଥ ମହାପାତ୍ର 9937231471, ନିରଞ୍ଜନ ଦାଶ 94370 67800, ଡଃ ନାରାୟଣ ମହାପାତ୍ର 9438731639 ଗୌରାଙ୍ଗ ଚରଣ ନାୟକ 9437635177