ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର; ଏକାଧିକ ସେବାୟତ ଆହତ

Jul 9, 2024 - 23:18
 9

ପୁରୀ: ଆଜି ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ସୂଚନା ଅନୁଯାୟୀ ପହଣ୍ଡିରେ ସାମିଲ ହୋଇଥିବା ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ସେ ଆଇନମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।