ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। କଡନି ଜନିତ ସମସ୍ୟା ଯୋଗୁଁ ଗତ ୧୮ ତାରିଖରୁ ଚିକିତ୍ସାଧୀନ ଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୟ ଅବଦାନ ପାଇଁ ସମ୍ମାନିତ ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ୧୦୦ ରୁ ଅଧିକ କିସମର ଧାନକୁ ସଂରକ୍ଷିତ ରଖି ଚର୍ଚ୍ଚାକୁ ଆସିଥିଲେ।