ନୀଳାଦ୍ରି ବିଜେ ଓ ରସଗୋଲା ଭୋଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପରିପ୍ରକାଶ

ଭୁବନେଶ୍ୱର: ଆଜି ଭେଟମଣ୍ଡପରେ ଥିବା ମହାଲକ୍ଷ୍ମୀଙ୍କ ସହ ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଅବସରରେ ପତି ମହାପାତ୍ର ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ, ନୈବେଦ୍ୟ ସମର୍ପଣ ବନ୍ଦାପନା କରିଥାନ୍ତି। ଠିକ୍ ସେହି ସମୟରେ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବା ସହିତ ନୈବେଦ୍ୟ ଭାବରେ ରସଗୋଲା ସମର୍ପଣ କରିଥାନ୍ତି। କିଛି ସମୟର ବଚନିକା ହୁଏ ବଚସା ଅନ୍ତେ। ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ସହ ମନାଇଥାନ୍ତି। ଭିତରଛ ମହାପାତ୍ର ସେବକ, ନିଜ ଘରେ ସାତ୍ତ୍ୱିକ ଭାବରେ ପ୍ରସ୍ତୁତ କରି ଆଣିଥିବା ଏହି “ରସଗୋଲା ଭୋଗ” ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପିତ ହୋଇଥାଏ, ନୀଳାଦ୍ରିବିଜେର ଏହି ପବିତ୍ର ଦିବସ ଅବସରରେ ସାରାଦିନ ତିନି ରଥରେ ଥିବା ଠାକୁରମାନଙ୍କୁ ମଧ୍ୟ, ଅଗଣିତ ଭକ୍ତ ରଥ ନିକଟରେ ରସଗୋଲା ଭୋଗ ନିବେଦନ କରିଥାଆନ୍ତି। ପୁରୀର ବିଭିନ୍ନ ମଠ ପକ୍ଷରୁ ମଧ୍ୟ ପରମ୍ପରାକ୍ରମେ ସେହିଦିନ ରଥାରୂଢ଼ ଦେବତାମାନଙ୍କୁ ରସଗୋଲା ନିବେଦିତ ହୋଇଥାଏ।। ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି ଆସନ୍ତୁ ଆମେ ମହାପ୍ରଭୁ ଓ ମା ମହାଲକ୍ଷ୍ମୀଙ୍କ ଖୁସିରେ ନିଜକୁ ସାମିଲ କରି ରସଗୋଲା ଭୋଗର ଆନନ୍ଦ ନେବା ବୋଲି କହିଛନ୍ତି ଶ୍ରୀ ପ୍ରଭାକର ମଲ୍ଲିକ ସମ୍ପାଦକ, ଶ୍ରୀ ନିରଞ୍ଜନ ଦାଶ ଯୁଗ୍ମ ସମ୍ପାଦକ, ତ୍ରିଲୋଚନ ନାୟକ ଅଚ୍ୟୁତ ପ୍ରସାଦ ବେହେରା, ଡ଼ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି।