ମୁଣ୍ଡୁଳିରେ ବଢ଼ୁଛି ଜଳସ୍ତର

Jul 30, 2024 - 16:53
 49
ମୁଣ୍ଡୁଳିରେ ବଢ଼ୁଛି ଜଳସ୍ତର

କଟକ: କଟକ ଜିଲ୍ଲା ମୁଣ୍ଡୁଳିରେ ବଢ଼ୁଛି ମହାନଦୀର ଜଳସ୍ତର। ମୁଣ୍ଡୁଳିରେ ସାଢେ଼ ୩ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି। ତେବେ ବନ୍ୟାର ଆଶଙ୍କା ନାହିଁ ବୋଲି ସୂଚନା ମିଳିଛି। ସେପଟେ ବାଲେଶ୍ଵର ମଥାନୀ ଠାରେ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର। ଆଜି ଦିନ ୧୧ଟା ସୁଦ୍ଧା ଜଳକାର ଜଳସ୍ତର ରହିଛି ୬.୩୫ ମିଟର। ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଥିବା ଜଣାପଡ଼ିଛି।