ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ସି ଏମ୍ ଓ ର ମୁଖ୍ୟ ପରାମର୍ଶଦାତା ପଦ ରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଛନ୍ତି। ସ୍ପେଶାଲ ଇନିସିଏଟିଭ୍ ର ମୁଖ୍ୟ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନଙ୍କ ଇସ୍ତଫା ଦେଇଥିବା ସୁଚନା ମିଳିଛି। ମୁଁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ପଦ ଛାଡ଼ିଲେ ସୁରେଶ ଓ ବାଲକ୍ରିଷ୍ଣନ। ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମୁଖ୍ୟ ସଚିବ ମନୋଜ କୁମାର ମିଶ୍ର ମଧ୍ୟ ଇସ୍ତଫା ଦେଇଛନ୍ତି।