ଟ୍ରକ୍ କୁ ଧକ୍କା ଦେଲା ପିକନିକ୍ ପାର୍ଟି ନେଇ ଯାଉଥିବା ଭ୍ୟାନ୍
ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ପୋଲିସ ଷ୍ଟେସନ ଅନ୍ତର୍ଗତ ଟାକେରା ଛକ ନିକଟରେ ଜାତୀୟ ରାଜପଥ ୫୭ ରେ ଏକ ଭ୍ୟାନ୍ ଛିଡ଼ା ହୋଇଥିବା ଟ୍ରକ୍ କୁ ଧକ୍କା ଦେଇଛି। ଏହି ଭ୍ୟାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ୧୫-୧୬ ଜଣ ଯୁବକଙ୍କର ପିକନିକ୍ ପାର୍ଟି ସହିତ ଏହି ଭ୍ୟାନ୍ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିରୁ କଟକ ଆଠଗଡ଼ ଫେରୁଥିଲା।