ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

Sep 15, 2024 - 22:15
 7

ବାରିପଦା/ବଲାଙ୍ଗୀର: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ଚାଲିଗଲା ୨ ଜଣଙ୍କ ଜୀବନ। ବାରିପଦା ସହର ଉପକଣ୍ଠ ପାଲବଣି ୧୮ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ବାଇକ୍। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ବାଇକ୍ ଆରୋହୀ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ ବୋଲି ଜଣାପଡିଛି। ସେହିପରି ବାରିପଦା ଅମର୍ଦାରୋଡ ରାସ୍ତାର ରଙ୍ଗାମାଟିଆରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି ବୋଲେରୋ। ଦୁର୍ଘଟଣାରେ ବୋଲେରୋରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ପିଆରଏମ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ କୁଳିଅଣା ଥାନା ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପଟେ ଅଜଣା ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର-ସମ୍ବଲପୁର ରାସ୍ତା ମାଧିଆପାଲି ଛକ ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଇ ଫେରାର ମାରିଛି ଅଜଣା ଗାଡି । ମୃତକମାନେ ଛତିଶଗଡର ହୋଇଥିବା ଜଣାପଡିଛି ।