କୋରାପୁଟରେ ବଗିଠୁ ଅଲଗା ହୋଇଗଲା ରେଳ ଇଞ୍ଜିନ

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରେ ବଗିରୁ ଅଲଗା ହେଲା ମାଲବାହୀ ଟ୍ରେନ ଇଞ୍ଜିନ୍| ପାଡ଼ୁଆ ଷ୍ଟେସନରେ ବଗି ଛାଡି ୨ ଶହ ମିଟର ଆଗକୁ ପଳାଇଲା ଇଞ୍ଜିନ। କିରଣ୍ଡୁଳରୁ ବିଶାଖାପାଟଣା ଯିବା ବେଳେ ବଗିରୁ ଅଲଗା ହୋଇଯାଇଥିଲା ଇଞ୍ଜିନ୍ | ପ୍ରାୟ ଅଧଘଣ୍ଟାଏ ପରେ ଇଞ୍ଜିନ ସଂଯୋଗ ପରେ ଟ୍ରେନ୍ ଛାଡ଼ିଥିଲା ଷ୍ଟେସନ |