ଶ୍ରୀମନ୍ଦିରରେ ହେଲା ମହାପ୍ରଭୂଙ୍କ ମହାସ୍ନାନ
ପୁରୀ: ପୁରୀ ଶ୍ରୀମନ୍ଦିରରେ ହେଲା ମହାପ୍ରଭୂଙ୍କ ମହାସ୍ନାନ । ଶ୍ରୀମନ୍ଦିର ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହେଲା ମହାସ୍ନାନ। ଅବକାଶ ନୀତି ପରେ ଭିତରକାଠ ନିକଟରେ ପଡିଯାଇଥିଲେ ପାଣିଆପଟ ସେବକ। ପାଣିଆପଟ ସେବକଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଭିତରକାଠ ନିକଟରେ ରକ୍ତଛିଟା ପଡିଲେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥାଏ।