ଓଡ଼ିଶାରେ ନିଯୁକ୍ତ ହେବ ୨୭ ହଜାର ୧୯୭ ଶିକ୍ଷକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତ ହେବେ ୨୭ ହଜାର ୧୯୭ ଶିକ୍ଷକ। ଗୁରୁ ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୩ ସପ୍ତାହରେ ନିଯୁକ୍ତ ହେବେ ୧୬ ହଜାର କନିଷ୍ଠ ଶିକ୍ଷକ। ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ, ଗୋଦାବରୀଶ ମିଶ୍ରଙ୍କ ନାଁରେ ହେବ ସ୍କୁଲ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରାଥମିକ ଶିକ୍ଷାରେ ନିପୁଣ ହେବା ପାଇଁ ଦିଆଯିବ ଶିକ୍ଷା।