ହଠାତ୍ ବଢ଼ିଲା ଆଳୁ, ପିଆଜ ଓ ପନିପରିବା ଦର
ଭୁବନେଶ୍ୱର: ବାତ୍ୟା ଖବର ପ୍ରସାରଣ ପରେ ଓଡ଼ିଶାରେ ହଠାତ୍ ବଢ଼ିଲା ଆଳୁ, ପିଆଜ ଓ ପନିପରିବା ଦର। ଗତକାଲି ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପିଆଜ କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି ହେଉଛି। କଳାବଜାର ଅଭିଯୋଗ କରି ଅସନ୍ତୋଷ ପ୍ରକାଶ ଲୋକଙ୍କ ଅଭିଯୋଗ ପରେ ଯୋଗାଣ ବିଭାଗ ପକ୍ଷରୁ କଟକ ଛତ୍ରବଜାର ଓ ବିଭିନ୍ନ ଗୋଦାମରେ ଚଢ଼ାଉ କରାଯାଇଛି।