ହାତୀ ଆକ୍ରମଣରେ ଯୁବକ ମୃତ

Dec 14, 2024 - 21:35
 59

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଲାଖପଦର ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଚାଷ ଜମିରେ ଫସଲ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ତମଡ଼ା ରେଞ୍ଜ୍ ରସିମଠ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ହାତୀ ଟ୍ରାକିଂ କରୁଥିବା ବେଳେ ଏହି ଘଟଣା ଘଟିଛି। ଟ୍ରାକିଂ କ୍ୟାମେରା ଭାଙ୍ଗିଲା ହାତୀ।