ଝାରପଡ଼ା ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ସଜିବ ଇମ୍ପେରିଆଲ ପ୍ୟାଲେସ୍

ଭୁବନେଶ୍ୱର: ଭୁବନେଶ୍ଵର ଝାରପଡ଼ା ଦୁର୍ଗାପୂଜା ସମିତି ଦ୍ଵାରା ଆୟୋଜିତ ଦୁର୍ଗାପୂଜା ଏଥର ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରିଅଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାରି ରଖିଛନ୍ତି ଆୟୋଜକ । ଗତ ତେର ବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ତଥା ଅନ୍ୟ ରାଜ୍ୟମାନଙ୍କରେ ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କ ନିକଟରେ ବହୁ ଆଦୃତ ଓ ପ୍ରଶଂସିତ ହୋଇ ଆସୁଅଛି । ବର୍ତ୍ତମାନ ପାଣିପାଗ ଓ ବିଗତ ବର୍ଷର ଅଭିଜ୍ଞତାକୁ ନଜରରେ ରଖି ଚଳିତ ବର୍ଷ ଜନ ସମାଗମ ଅଧିକ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପୂଜା ସମିତିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନା । ତୋରଣ: ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ୱପନ ମାନାଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢମାସ ଧରି ତୋରଣ ନିର୍ମାଣ ଦାୟିତ୍ଵରେ ରହିଛନ୍ତି । ଚଳିତବର୍ଷ ମୁଖ୍ୟ ଆକର୍ଷଣ ହେବ ଝାରପଡ଼ା ଦୁର୍ଗାପୂଜା ସମିତିର ନିଜସ୍ଵ ପରିକଳ୍ପିତ ଇମ୍ପେରିଆଲ ପ୍ୟାଲେସ୍। ଏହି ତୋରଣ ନିର୍ମାଣରେ ବିଭିନ୍ନ ପ୍ରକାରର ପଦାର୍ଥ ବ୍ୟବହାର ହୋଇଅଛି ଯଥା- ବାଉଁଶ, କାଠବିଟ୍, ପ୍ଲାଏ, ଫାଇବର, ସନପ୍ୟାକ, ୟୁନିଫୋମ, ରଙ୍ଗିନ କାଚ ଇତ୍ୟାଦି । ଏହାର ଉଚ୍ଚତା ହାରାହାରି ୮୫ଫୁଟ ଓ ଚଉଡ଼ା ୧୫୦ ଫୁଟ୍ ରହିଛି । ଭକ୍ତ ମାନଙ୍କୁ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତର ପଟେ ୪ଟି ପ୍ରସ୍ଥାନ ପଥ ରଖାଯାଇଛି । ତୋରଣ ଭିତରେ ସମ୍ପୁର୍ଣ୍ଣ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା କରାଯାଇଛି । ଆଲୋକ ସଜ୍ଜା: ପଶ୍ଚିମବଙ୍ଗ ର ଚନ୍ଦନ ନଗର ନାମୀ କାରିଗର ଦେବାଶିଷ ପାଲ୍ ଓ ଭୁବନେଶ୍ଵର ର ପବିତ୍ର ସ୍ଵାଇଁ ଙ୍କ ମାଧ୍ୟମରେ ଆଲୋକ ସଜ୍ଜା ବ୍ୟବସ୍ଥା କରାଯାଇଅଛି । ୩ଟି ମୁଖ୍ୟ ଗେଟ୍ ସମେତ ଅନ୍ୟ ୫ଟି ଗେଟ୍ ମାଧ୍ୟମରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ରୂପ ଦେବ ଏଲ୍ଇଡ଼ି ଓ ମେକାନିକାଲ ଷ୍ଟ୍ରକଚର । ପୂଜା ଓ ପ୍ରସାଦ ବଣ୍ଟନ: ପ୍ରତିବର୍ଷ ଭଳି ଚଳିତ ବର୍ଷ ‘ମା’ ଦୁର୍ଗାଙ୍କୁ ବଙ୍ଗୀୟ ପୂଜାନୀତି ରେ ଆବାହନ କରାଯିବ । ଏକତା ଓ ଭାଇଚାରା: ଝାରପଡ଼ା ପୂଜା ସମିତି ସବୁବର୍ଷ ଭଳି ଜାତି, ଧର୍ମ, ବର୍ଣ୍ଣ ଓ ସାମ୍ପ୍ରଦାୟୀକ ଭାବ ବଜାୟ ରଖୁବା ସହିତ ହିନ୍ଦୁ, ମୁସଲମାନ ଭାଇଚାରା ନୀତିକୁ ଆଧାର କରି ସୁରୁଖୁରୁରେ ପୂଜା ସମ୍ପନ୍ନ କରାଯିବା ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା: ପ୍ରବଳ ଜନସମାଗମକୁ ଦୃଷ୍ଟି ରେ ରଖି ପୂଜା ସମିତି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ଵ ଦେଇଛି । ଏଥିପାଇଁ କମିସନରେଟ୍ ପୋଲିସ ସହାୟତାରେ ପୂଜା କମିଟିର ୩୦୦ ସ୍ଵେଚ୍ଛାସେବୀ ନିୟୋଜିତ ରହିବେ । ସୁରକ୍ଷିତ ବ୍ୟବସ୍ଥା ଉପରେ ନଜର ରଖିବେ ୨୦ ଟି ସିସିଟିଭି କ୍ୟାମେରା ଏବଂ ମଣ୍ଡପର ସମସ୍ତ ଦୃଶ୍ୟକୁ ୩ ଟି ଭିଡ଼ିଓ କ୍ୟାମେରା ଓ ଜିମି କ୍ୟମେରା ମାଧ୍ୟମରେ ପ୍ଲାଜମା ଓ ୨ଟି ଏଲ୍.ଇ.ଡ଼ି ପ୍ୟାନେଲ୍ ଦ୍ଵାରା ପ୍ରସାରିତ କରାଯିବ। ଅନ୍ୟୁନ ୨୦ ଟି ଓ୍ବାକିଟକି ମାଧ୍ୟମରେ ଯୋଗାଯୋଗ ରକ୍ଷା ସହ ଟ୍ରାଫିକ ବ୍ୟବସ୍ଥାରେ କମିଟି ର ସ୍ଵେଚ୍ଛାସେବୀ ସହାୟତା କରିବେ । ସେହିଭଳି ବିଭିନ୍ନ ସ୍ଥାନରେ ୪ ଟି ପାର୍କି ସ୍ଥାନ ଚିହ୍ନଟ ହୋଇଛି । ମଣ୍ଡପ ପୂର୍ବରୁ ୪ ଚକିଆ ଓ ଦୁଇ ଚକିଆ ଯାନ ଗୁଡ଼ିକ ନିଦ୍ଧିଷ୍ଟ ସ୍ଥାନରେ ପାକିଂ ବ୍ୟବସ୍ଥା କରାଯିବ । ପରିମଳ ବ୍ୟବସ୍ଥା: ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ ଭୁବନେଶ୍ଵର ରେ ମହାନଗର ନିଗମ ତରଫରୁ ପି.ଏମ୍. ଆର୍ ସଂସ୍ଥା ଜରିଆରେ ସ୍ଥାନୀୟ କର୍ପୋରେଟରଙ୍କ ମାଧ୍ୟମରେ ପରିମଳ ବ୍ୟବସ୍ଥା କୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ହୋଇଛି । ପୂଜା ମଣ୍ଡପ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତି କରାଯାଇଅଛି । ଆଶୁ ଚିକିତ୍ସା ଓ ସୂଚନା କେନ୍ଦ୍ର: ସମିତି ତରଫରୁ ପ୍ରାଥମିକ ଚିକିତ୍ସା ବାବଦରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କର୍ମକର୍ତ୍ତା ଓ ଜନସାଧାରଣ ଙ୍କୁ ତୁରନ୍ତ କୌଣସି ତଥ୍ୟ ପାଇବା ପାଇଁ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।